ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୬ ମୃତ

0 85

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। । ବାଙ୍ଗିରିପୋଷି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ପଡ଼ିବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨ ଜଣ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଯାତ୍ରାପାର୍ଟି ଟ୍ରକଟି ଧଉଳି ଗଣନାଟ୍ୟର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବାଙ୍ଗିରିପୋଷି ଦ୍ୱାରକାଶ୍ୱେରୀ ଘାଟିରୁ ଓହ୍ଲାଇଲା ବେଳେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିବା ସୂଚନା ରହିଛି।

ଏହି ଟ୍ରକ୍ ରେ ଲାଇଟ ଡେକୋରେସନ ସରଞ୍ଜାମ ସହ ଶ୍ରମିକ ମାନେ ଥିଲେ । ତେବେ ଏହି ଟ୍ରକଟି ରାଇରଙ୍ଗପୁରରୁ ବାଲେଶ୍ୱରର ଜଳେଶ୍ୱର ଯିବା ବାଟରେ ବାଙ୍ଗିରିପୋଷି ଘାଟିରେ ଓଲଟିପଡ଼ିଥିଲା । ତେବେ ଟ୍ରକ ଡାଲାରେ ଥିବା ଲାଇଟ, ମାଇକ ଓ ଡେକୋରେସନ ସରଞ୍ଜାମ ରହୁଥିବା ବାକ୍ସ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy