ବିଧାୟକଙ୍କ କ୍ୱାଟର୍ସରୁ ମିଳିଳା ନାବାଳିକା ଝିଆରୀର ମୃତ ଦେହ

0 643

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ସରକାରୀ କ୍ୱାଟର୍ସରୁ ତାଙ୍କ ନାବାଳିକା ଝିଆରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ନାବାଳିକା ବିଧାୟକଙ୍କ ବଡ଼ ଭାଇଙ୍କ ଝିଅ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ କେଉଁ କାରଣରୁ ସେ ପଙ୍ଖାରେ ଝୁଲି ପଡିଲେ ସେ ସମ୍ପର୍କରେ ଏବେ କିଛି କିଛି ସ୍ପଷ୍ଟ ହୋଇନାହିଁ । ଖାରବେଳନଗର ପୋଲିସ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବିଧାୟକ ନବ ଚରଣ ମାଝୀ ଏମ୍‌ଏଲ୍‌ଏ କଲୋନୀର ଡିଏସ୍ ୧୦ /୧ କ୍ୱାଟର୍ସରେ ରହୁନ୍ତି । ତାଙ୍କ ଝିଆରୀ ଏଠାରେ ୧ ମାସ ହେବ ରହୁଛନ୍ତି । ସେ ନୟାପଲ୍ଲୀ ସ୍ଥିତ ଏକ କଲେଜରେ ଯୁୁକ୍ତ-୨ର ଛାତ୍ରୀ ଅଟନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ଶନିବାର ରାତି ୧୦ ଟାରେ ସେମାନେ ତାଙ୍କୁ ଦେଖିଥିଲେ । ସେ ଶୋଇବାକୁ ତାଙ୍କ ରୁମ୍‌କୁ ଯାଇଥିଲେ । ଆଜି ରବିବାର ଥିବାରୁ ସେ ଡ଼େରିରେ ଓଠିବେ ବୋଲି ଭାବି ପରିବାର ଲୋକେ ସକାଳୁ କବାଟ ବାଡେଇ ନଥିଲେ । ହେଲେ ୧୧ଟା ର୍ପ୍ୟନ୍ତ ସେ ତାଙ୍କ ରୁମ୍‌ର କବାଟ ନ ଖୋଲିବାରୁ ପରିବାର ଲୋକ ମଧ୍ୟରେ ସନ୍ଦେହ ଉପୁଜିଥିଲା । ସେମାନେ ତାଙ୍କ ରୁମ୍‌ର କବାଟ ବାଡେଇଥିଲେ । ନଖୋଲିବାରୁ ଝରକା ବାଟେ ତାଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ । ଝରକାରେ ଦେଖ।।ଇଥିଲା ସମ୍ପୃକ୍ତ ନାବାଳିକା ଓଢଣୀରେ ଝୁଲି ପଡିଛନ୍ତି ।

ଖବରପାଇ ଖାରବେଳନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିିଥିଲା । ସାଇଣ୍ଟିଫିକ୍ ଟିମ୍ ସେଠାରେ ଛାନ୍‌ବିନ୍ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଘଟଣାସ୍ଥଳରୁ ଏକ ମୋବାଇଲ କରାଯାଇଛି । ସେଥିରେ ତାଙ୍କ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଜଣାପଡିଛି । ସେ କାହା ସହ କଥା ହେଉଥିଲେ । କେତେ ସମୟ କଥା ହେଇଛନ୍ତି । ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରାଯିବ । ତେବେ ତାଙ୍କ ମୃତ୍ୟୁ ପଛରେ କି କାରଣ ରହିଛି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy