ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟାନ୍ସର ସ୍କ୍ୱାଡରେ ପରିବର୍ତ୍ତନ 

0 652

ଆଇପିଏଲ୍  ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଶୁକ୍ରବାର ଦିନ ଆରସିବି ଓ ସିଏସକେ ମଧ୍ୟରେ ଖେଳାଯିବ। ଯେତେବେଳେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ୪୮ ଘଣ୍ଟାରୁ କମ୍ ସମୟ ବାକି ଅଛି, ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟାନ୍ସର ଦଳ ସେମାନଙ୍କ ସ୍କ୍ୱାଡରେ ପରିବର୍ତ୍ତନ କରିଛନ୍ତି। କହିରଖୁଛୁ ଯେ ୨୪ ମାର୍ଚ୍ଚରେ ମୁମ୍ବାଇ ଓ ଗୁଜୁରାଟ ମୁହାଁମୁହିଁ ହୋଇ ସିଜିନ୍ ଆରମ୍ଭ କରିବେ। ବର୍ତ୍ତମାନ ଉଭୟ ଦଳ ଆହତ ଖେଳାଳିଙ୍କ ସ୍ଥାନ ଘୋଷଣା କରିଛନ୍ତି।

ମୁମ୍ବାଇ ଓ ଗୁଜୁରାଟ ବଦଳାଇଲେ ସ୍କ୍ୱାର୍ଡ
ବୁଧବାର ଦିନ ରାତିରେ ଆଇପିଏଲର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ଆହତ ଦିଲଶାନ ମଧୁସଙ୍କାଙ୍କ ସ୍ଥାନରେ ବାମହାତୀ ପେସର କ୍ୱେନା ମାଫାକାଙ୍କୁ ଦଳରେ ସାମିଲ କରିଛନ୍ତି। ମାଫାକା ଅଣ୍ଡର-୧୯ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ସର୍ବାଧିକ ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ ଗୁଜୁରାଟ ମହମ୍ମଦ ଶାମିଙ୍କ ବଦଳରେ ସନ୍ଦୀପ ୱାରିୟରଙ୍କୁ ଦଳରେ ସାମିଲ କରିଛି। ୱାରିୟାର ମଧ୍ୟ ଗୁଜୁରାଟ ଟାଇଟାନ୍ସରେ ନିଜ ମୂଳ ମୂଲ୍ୟରେ ୫୦ ଲକ୍ଷ ଟଙ୍କା ଯୋଗ ଦେବେ। ଗୁଜୁରାଟ ଦଳ ମହମ୍ମଦ ଶାମିଙ୍କ ରୂପରେ ଏକ ବଡ଼ ଝଟକା ଲାଗିଛି। ଏହା ନୂଆ ଅଧିନାୟକ ଶୁବମନ ଗିଲଙ୍କ ପାଇଁ ଏକ ବଡ଼ ଆହ୍ୱାନ ବୋଲି ପ୍ରମାଣିତ ହେବ।

ମୁମ୍ବାଇ ଇଣ୍ଡିଆନ୍ସର ଅପଡେଟ୍ ସ୍କ୍ୱାର୍ଡ
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରୋହିତ ଶର୍ମା, ଡିୱାଲ୍ଡ ବ୍ରୁଇସ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ (ୱିକେଟ୍ କିପର), ତିଲକ ଭର୍ମା, ଟିମ ଡେଭିଡ, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, ଶ୍ୟାମ ମୁଲାନି, ନେହଲ ୱାଡେରା, ଜେରାଲ୍ଡ କୋଟେଜୀ, ଜସପ୍ରୀତ ବୁମ୍ରା, କୁମାର କାର୍ତ୍ତିକେୟ, ଆକାଶ ମାଧୱାଲ, କ୍ୱେନା ମାପଫା, ଲୁକ ୱୁ଼ଡ୍, ରୋମାରିଓ ଶେଫର୍ଡ।

ଗୁଜୁରାଟ ଟାଇଟାନ୍ସ ଅପଡେଟ୍ ସ୍କ୍ୱାର୍ଡ 
ଶୁବମନ ଗିଲ (ଅଧିନାୟକ), କେନ ୱିଲିୟମସନ, ଡେଭିଡ ମିଲର, ମାଥ୍ୟୁ ୱେଡ (ୱିକେଟ୍ କିପର), ବିଜୟ ଶଙ୍କର, ଜୟନ୍ତ ଯାଦବ, ରିଦ୍ଧିମାନ ସାହା (ୱିକେଟ୍ କିପର), ଅଭିନବ ମନୋହର, ରସିଦ ଖାନ, ଜୋଶୁଆ ଲିଟିଲ, ନୁର ଅହମ୍ମଦ, ରାହୁଲ ତିୱାଟିଆ, ଦର୍ଶନ ନାଲକାଣ୍ଡେ, ଆର. ସାଇ କିଶୋର, ବି. ସାଇ ସୁଦର୍ଶନ, ମୋହିତ ଶର୍ମା, ଅଜମତୁଲ୍ଲା ଓମାରଜାଇ, ଉମେଶ ଯାଦବ, ଶାହାରୁଖ ଖାନ, ସୁଶାନ୍ତ ମିଶ୍ର, କାର୍ତ୍ତିକ ତ୍ଯାଗି, ସନ୍ଦୀପ ୱାରିଅର୍, ମନଭ ସୂତାର, ସ୍ପେନ୍ସର ଜନସନ, ରବିନ୍ ମିଞ୍ଜ (ଆହତ, ସମଗ୍ର ସିଜନରୁ ବାଦ୍)।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy