ଆଜିଠୁ ଆଇପିଏଲ୍ ମ୍ୟାଚ୍ ଆରମ୍ଭ

0 1,370

ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଆଇପିଏଲ୍ ୨୦୨୪। ପ୍ରଥମ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ। ଆଜି ସନ୍ଧ୍ୟା ୮ଟାରେ ଏହି ୨ଟି ମୁହାଁମୁହିଁ ହେବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ତରଫରୁ ଫାଫ ଡ୍ୟୁ ପ୍ଲେସିସ୍ ଅଧିନାୟକତ୍ୱ କରୁଥିବା ବେଳେ ସିଏସକେକୁ ମିଳିଛି ନୂଆ କ୍ୟାପଟେନ୍ ଋତୁରାଜ ଗାଏକୱାଡ୍। ଆଜି ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏ ନେଇ ଖୁବ୍ ଉତ୍ସାହିତ ଅଛନ୍ତି କ୍ରିକେଟ୍ ପ୍ରେମୀ। ବିଶେଷ କରି ଉଭୟ ଦଳର ସମର୍ଥକମାନେ ଏବେଠୁ ହାର-ଜିତର ଗଣନା କରିବାରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି।

ସେପଟେ ଯଦି ପୂର୍ବ ରେକର୍ଡଗୁଡ଼ିକୁ ଦେଖିବା ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ ଟ୍ରଫି ହାତେଇଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଏଯାଏଁ କପ୍ ଜିତିବାରେ ବିଫଳ ହୋଇଛି। ମାତ୍ର ଚଳିତ ଥର ରୟାଲ ଚ୍ୟାଲେଞ୍ଜର୍ସ ମହିଳା ଦଳ ଫାଇନାଲରେ ଟ୍ରଫି ହାସଲ କରିବା ପରେ ଆରସିବି ଫ୍ୟାନ୍ସଙ୍କ ଆଶା ପୁନଃ ଉଇଁ ଉଠିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ଥର ଫାଇନାଲ ଖେଳିଛି, କିନ୍ତୁ ଚାମ୍ପିୟନ ହେବାରେ ବିଫଳ ହୋଇଛି। ଏହି ଦଳ ଆଇପିଏଲ ୨୦୦୯ ସିଜନର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଫାଇନାଲରେ ହାଇଦ୍ରାବାଦ ଦ୍ୱାରା ପରାସ୍ତ ହୋଇଥିଲା। ଏହା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୧୧ ଓ ୨୦୧୬ ସିଜନରେ ଫାଇନାଲରେ ପ୍ରବେଶ କରିଥିଲା।

ସେପଟେ  ଚେନ୍ନାଇ ନିଜ ଦଳର ଅଧିନାୟକ ପରିବର୍ତ୍ତନ କରିଛି। ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନି ନୁହଁନ୍ତି ବରଂ ରୁତୁରାଜ ଗାଇକୱାଡ ଚେନ୍ନାଇର ଅଧିନାୟକ ଭାବରେ ନଜର ଆସିବେ। କିନ୍ତୁ ଏହି ସମୟରେ ଆଉ ଏକ ଖବର ଚର୍ଚ୍ଚାରେ ଅଛି। ଇଣ୍ଡିଆନ ପ୍ରିମିୟର ଲିଗର ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରାଯାଇଛି, ଯାହା ପଞ୍ଜାବ କିଙ୍ଗ୍ସର ଅଧିନାୟକଙ୍କ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାକୁ ତୀବ୍ର କରିଛି। ଏହି ଫଟୋ ଦେଖିବା ପରେ ପ୍ରଶଂସକଙ୍କ ମନରେ ପଞ୍ଜାବ ମଧ୍ୟ ନିଜ ଅଧିନାୟକ ବଦଳାଇଛି କି ନାହିଁ ପ୍ରଶ୍ନ ଉଠିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy