ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ଉଠାଇ ପୋଷ୍ଟ କଲେ ମିଳିବ ଦଣ୍ଡବିଧାନ

0 530

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଆଜିକା ସମୟରେ ସମସ୍ତେ ସେଲ୍ଫି ପାଇଁ ସଭିଏଁ ପାଗଳ। ଦୁନିଆରେ ଏମିତି ଅନେକ ମାମଲା ଦେଖା ଯାଇଛି, ଯେଉଁଠି ଲୋକମାନେ ଫଟୋଗ୍ରାଫ ଓ ସେଲ୍ଫି ନେବା ନିଶାରେ କିଛି ନା କିଛି କରି ବସିଛନ୍ତି । ଏପରିକି, କିଛି ଲୋକ ଏଇ ଚକ୍କରରେ ନିଜ ଜୀବନକୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି।

ତେବେ ଆମେ ଯୁଆଡେ ଯାଉ ନା କାହିଁକି ଆଗ ଫଟୋ ଉଠାଇବାଟା ସ୍ଥିର । ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ଡେରି ନ କରି ଆଗ ପୋଷ୍ଟ କରିଦେଇଥାଉ । କିନ୍ତୁ ଏବେଠୁ ଟିକେ ହୋଇଯାଆନ୍ତୁ ସାବଧାନ୍ ! ଏବେ ମନଇଚ୍ଛା ସେଲ୍ଫି କି ଫଟୋ ଉଠାଇ ପୋଷ୍ଟ କରିବା ପୂର୍ବରୁ ଟିକେ ଧ୍ୟାନ ଦିଅନ୍ତୁ ।

କାହିଁକିନା ଏଣିକି ମହଙ୍ଗା ପଡ଼ିବ ସେଲ୍ଫି ନେଇ ପୋଷ୍ଟ କରିବା । ହଁ ଆଜ୍ଞା ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେଇ ପୋଷ୍ଟ କରିବା ଏବେ ମହାଙ୍ଗା ପଡିବ । ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ପୋଷ୍ଟିଂ ଉପରେ ଲାଗିଲା ରୋକ୍ । ଧରା ପଡ଼ିଲେ ଭୋଗିବାକୁ ପଡ଼ିବ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ।

ସୋସିଆଲ ମିଡିଆରେ ଏଭଳି ଫଟୋଗ୍ରାଫ ଓ ସେଲଫି ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାଯିବ । ଖାଲି ସେତିକି ନୁହେଁ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସବୁ ଡିଏଫଓଙ୍କ ସହ ନନ୍ଦନକାନନ ଓ ଶିମିଳିପାଳ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ଅନେକ ଲୋକ ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ସେଲଫି ଓ ଭିଡ଼ିଓ ପୋଷ୍ଟ କରୁଛନ୍ତି, ଯାହାକି ବନ୍ୟପ୍ରାଣୀ ଆଇନର ଉଲ୍ଲଘଂନ କରୁଛି । ତେଣୁ ବନ ବିଭାଗ ପକ୍ଷରୁ ଏଭଳି ଏକ ବଡ ପଦକ୍ଷେପ ନିଆଯାଇଛି ।

ତେବେ ଆଜିକାଲି ଦେଖିବାକ ମିଳୁଛି କି, ମଣିଷ ସ୍ୱାର୍ଥ ପାଇଁ ବଳି ପଡୁଛନ୍ତି ଜଙ୍ଗଲ ସହିତ ଜଙ୍ଗଲୀ ଜନ୍ତୁ । ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା କେବଳ ବନ ବିଭାଗ ନୁହେଁ ଏହା ଆମର ବି ଏକ ଦାୟିତ୍ୱ । ତେଣୁ ନିୟମ ମାନି ବନ୍ୟପ୍ରାଣୀଙ୍କ ପ୍ରତି ଆମ ଭଲପାଇବାକୁ ପ୍ରକାଶ କରିବା ଆଉ ଏହିଭଳି ଏକ ବଡ ନଷ୍ପତ୍ତିକୁ ନେଇ ଲୋକମାନଙ୍କୁ ସଚେତନ କରିବା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy