ପାଣିକୋଇଲିରେବସ୍ ଦୁର୍ଘଟଣା, ୨୫ରୁ ଅଧିକ ଆହତ

0 104

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ଵରର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା କ୍ଷୀରଚୋରା ନାମକ ପାସେଞ୍ଜର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଏହି ବସ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବସ୍ ର ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ପାଖାପାଖି ୨୫ ଜଣ ପାସେଞ୍ଜର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି। ଦୁର୍ଘଟଣା ଗ୍ରସ୍ତ ବସ୍ ର ନମ୍ବର ହେଲା (ଓଡି୦୧ଏଏମ୩୮୫୯ )। 

ମିଳିଥିବା ସୂଚନାନୁସାରେ,  ଖଡ଼ିକାରୁ ପ୍ରତିଦିନ ସନ୍ଧ୍ୟାରେ ଏହି କ୍ଷୀରଚୋରା ନାମକ ବଡ଼ ବସଟି ଜଳେଶ୍ଵରର ଓଲମରା, ଗୋପାଳପ୍ରସାଦ, ହାତୀଗଡ, ରାଇବଣିଆ, ମୟୂରଭଞ୍ଜର ରାସଗୋବିନ୍ଦପୁର ଦେଇ ଭୁବନେଶ୍ୱରକୁ ଯାଇଥାଏ। ଗତକାଲି ମଧ୍ୟ ଏହି ବସ୍ ରେ ପାଖାପାଖି ୩୦ ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ତେବେ ରାତି ପାଖାପାଖି ୨ଟା ସମୟରେ ପାଣିକୋଇଲି ସନ୍ନିକଟ ଏକ ମୋଡ଼ ନିକଟରେ ବସ୍ ଆଗରେ ହଠାତ ଗୋଟିଏ ଟ୍ରକ୍ ବ୍ରେକ ମାରିଥିଲା । ଯାହା ଫଳରେ ପଛରେ ଥିବା ବସଟି ଟ୍ରକ ଦେହରେ ପିଟି ହୋଇଯାଇଥିଲା। ଫଳରେ ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।

ବସ୍ ର ଚାଳକ ବସ୍ ଷ୍ଟିଅରିଂ ଭିତରେ ଦୀର୍ଘ ଘଣ୍ଟାଏ ଧରି ଚାପି ହୋଇ ରହିଥିଲେ ।ପରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଆହତ ଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପାଣିକୋଇଲି ଓ ଯାଜପୁର ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସୁସ୍ଥ ଯାତ୍ରୀମାନେ ଅନ୍ୟ ଏକ ବସ୍ ରେ ଭୁବନେଶ୍ୱର ଆସିଥିବା କହିଛନ୍ତି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀ । 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy