ବିବାହ କରିବାକୁ ଯାଉଛନ୍ତି କି? ପାର୍ଟନରଙ୍କୁ ଏହି କଥା ପଚାରନ୍ତୁ

0 155

ଭାରତରେ ବିବାହ ଋତୁ ଚାଲିଛି ଏବଂ ଯଦି ଆପଣ ମଧ୍ୟ ବିବାହ କରିବାକୁ ଯୋଜନା କରୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜ ସାଥୀଙ୍କୁ ଆପଣଙ୍କ ମନରେ ଯାହାବି କିଛି ଅଛି ତାକୁ କୁହନ୍ତୁ । କିଛି ମଧ୍ୟ ଲୁଚାନ୍ତୁ ନାହିଁ । ଯାହାଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ବିବାହ ପରେ ଅନେକ ଦମ୍ପତିଙ୍କ ଜୀବନ କଷ୍ଟସାଧ୍ୟ ହୋଇଯାଏ କାରଣ ସେମାନଙ୍କର ଭବିଷ୍ୟତ ଯୋଜନା କିଛି ବି ନଥାଏ କିମ୍ବା ଯୋଜନା ଠିକରେ କରିନଥାନ୍ତି ।  ଆଜି ଆମେ ଆପଣଙ୍କୁ ୫ ଟି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ସାଥୀ ସହିତ କଥା ହେବା ଉଚିତ । ଆସନ୍ତୁ ଜାଣିବା କ’ଣ ସେହି ୫ କଥା…

ଅର୍ଥ ଏବଂ ଆୟ

ଦୁର୍ବଳ ଆର୍ଥିକ ପ୍ଲାନିଂ ହେତୁ,ଅନେକ ସମୟରେ ସମ୍ପର୍କରେ ତିକ୍ତତା  ଦେଖାଯିବା ଆରମ୍ଭ କରେ । ତେଣୁ ବିବାହର ନିଷ୍ପତ୍ତି ନେବା ପୂର୍ବରୁ, ଭବିଷ୍ୟତ ଯୋଜନା ପାଇଁ ପୁଞ୍ଜି ସଞ୍ଚୟ କରନ୍ତୁ ।  ଆଜିକାଲି, ବିବାହ ପୂର୍ବରୁ ଦମ୍ପତିଙ୍କ ପାଇଁ ଆର୍ଥିକ ସ୍ଥିରତା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଆପଣ ନିଜ ସାଥୀଙ୍କ ସହିତ ଋଣ,ନିବେଶ ଏବଂ ଭବିଷ୍ୟତରେ ଆପଣଙ୍କ  ସ୍ୱପ୍ନର ଜିନିଷ ନେବା ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ । ଯାହାକି ଆଗକୁ ଚାଲି  ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାରର ତିକ୍ତତାକୁ ଆସିବାକୁ ଦିଏନାହିଁ ।

ସ୍ୱପ୍ନ ଏବଂ ଲକ୍ଷ୍ୟ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜର ସ୍ୱପ୍ନ ଏବଂ ଲକ୍ଷ୍ୟ ସ୍ଥିର କରିବା । ବିବାହ ପୂର୍ବରୁ ନିଶ୍ଚିତ ଭାବରେ ଆପଣ ନିଜର ସ୍ୱପ୍ନ ଏବଂ ଲକ୍ଷ୍ୟ ବାବଦରେ  ପରସ୍ପର ସହିତ କଥା ହୁଅନ୍ତୁ ।  କାରଣ ଗୋଟିଏ ସଂପର୍କରେ ନିଜ ସାଥୀ ଓ ସାଥିଙ୍କ ମନୋଭାବକୁ ଭଲଭାବେ ବୁଝିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ପାରିବାରିକ ପୃଷ୍ଠଭୂମି

ସମ୍ପର୍କ ସ୍ଥାପନ କରିବା ପୂର୍ବରୁ, ନିଜ ଜୀବନସାଥୀଙ୍କ ପାରିବାରିକ ପୃଷ୍ଠଭୂମି ଚେକ୍ କରିନିଅନ୍ତୁ । ଆପଣ ଯେଉଁ ପରିବାରରେ ବିବାହ କରିବାକୁ ଯାଉଛନ୍ତି ସେହି ପରିବାରର ସାମାଜିକ ସ୍ଥିତି କ’ଣ,ତାଙ୍କ  ପରିବାରର ବ୍ୟବସାୟ କ’ଣ ଏବଂ ସମାଜରେ ସେମାନଙ୍କୁ କିପରି ଦେଖାଯାଏ,ତାହା ଚେକ୍ କରନ୍ତୁ । ଚିହ୍ନାପରିଚିତଙ୍କଠାରୁ ସେମାନଙ୍କ ପରିବାର ବାବଦରେ ଅଧିକରୁ ଅଧିକ ସୂଚନା ଯୋଗାଡ କରନ୍ତୁ ।

ପରିବାର ଯୋଜନା

ବର୍ତ୍ତମାନ ସମୟରେ ମହିଳା ଆଉ ଚାରି କାନ୍ଥ ମଧ୍ୟରେ ରହୁ ନାହାନ୍ତି ।ସେମାନେ ଆର୍ଥିକ ଭାବେ ସ୍ୱାଧିନ ହେଲେଣି । ମହିଳା ମାନେ ଚାକିର ସହିତ ବ୍ୟବସାୟରେ ମଧ୍ୟ ସକ୍ରୀୟ ଅଛନ୍ତି । ଏମିତିରେ ବିବାହ ପୂର୍ବରୁ ଫ୍ୟାମିଲି ପ୍ଲାନିଂ ବାବଦରେ ଉଭୟ କଥା ହେବା ଜରୁରୀ । ଏନେଇ ସାଥୀଙ୍କ ସହିତ ଖୋଲାଖୋଲି ଆଲୋଚନା କରନ୍ତୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,ଆପଣ କେବେ ମା’ ହେବାକୁ ଚାହାନ୍ତି ବା କେବେ ପିତା ହେବାକୁ ଚାହାନ୍ତି ସେନେଇ ନିଜ ମନକଥାକୁ ନିଜ ସାଥିଙ୍କ ସହିତ ସେୟାର କରନ୍ତୁ । ଏମିତି ହେଲେ ଭବିଷ୍ୟତରେ ବିବାଦର ଆଶଙ୍କା ରହିବ ନାହିଁ । କାରଣ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଯେ, ଦମ୍ପତିଙ୍କ ମଧ୍ୟରୁ ଜଣେ କ୍ୟାରିୟରକୁ ଗୁରୁତ୍ୱ ଦେଉଥିବା ବେଳେ ଆଉ ଜଣେ ସନ୍ତାନ ଜନ୍ମକୁ ଗୁରୁତ୍ୱ ଦିଅନ୍ତି । ଏମିତିରେ ସମ୍ପର୍କରେ ମଧୁରତା ରୁହେନାହିଁ ।

ବୃତ୍ତି ଉପରେ ଆଲୋଚନା

ବିବାହ ପରେ, ଯଦି ଆପଣ ଆପଣଙ୍କର  ଚାକିରି ପ୍ରୋଫାଇଲ୍ ବଦଳାଇବାକୁ କିମ୍ବା କ୍ୟାରିଅରକୁ ଏକ ଭିନ୍ନ ଦିଗ ଦେବାକୁ ଚାହୁଁଛନ୍ତି, ତେବେ ଏବାବଦରେ ନିଶ୍ଚିତ ଭାବରେ ନିଜର ସାଥୀଙ୍କୁ କୁହନ୍ତୁ ।  ବିବାହ ପୂର୍ବରୁ, ଆପଣଙ୍କ କାମ କ’ଣ ଏବଂ କେଉଁଠାରେ କାମ କରିବାକୁ ପଡିବ ସେୟାର କରନ୍ତୁ । ଆପଣଙ୍କ ପେଶାଦାର ଜୀବନ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ କରିବା ପାଇଁ ଆପଣ କ’ଣ କରୁଛନ୍ତି, ତାହା ସାଥୀଙ୍କୁ ନିଶ୍ଚୟ ଜଣାନ୍ତୁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy