ମଙ୍ଗଳ-ଶୁକ୍ର ଚଳନ, ୪ ରାଶି ହେବେ ଭାଗ୍ୟବାନ

0 84

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ଏହି କ୍ରମରେ ଏପ୍ରିଲ୍ ମାସ ଶେଷ ସମୟରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଧନ, ସମ୍ପତ୍ତି, ସୌନ୍ଦର୍ଯ୍ୟ ତଥା ପ୍ରେମ ସହ ଜଡିତ ଥିବା ଗ୍ରହ ଶୁକ୍ରଙ୍କ ଚଳନ ହେବାକୁ ଯାଉଛି । ମଙ୍ଗଳ ଏପ୍ରିଲ ୨୩ ତାରିଖରେ ମୀନ ରାଶିରେ ଚଳନ କରିବେ । ସେହିପରି ଶୁକ୍ର ଏପ୍ରିଲ ୨୫ ତାରିଖରେ ମେଷ ରାଶିରେ ପ୍ରବେଶ କରିବେ । ଯେହେତୁ ମଙ୍ଗଳ ଗ୍ରହକୁ ମେଷ ଏବଂ ବୃଷ ରାଶିର ଆରାଧ୍ୟ ଭାବରେ ବିବେଚନା କରାଯାଏ, ତେଣୁ ଉଭୟ ଗ୍ରହଙ୍କ ଚଳନ ୪ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ଆସନ୍ତୁ ଜାଣିବା ସେହି ୪ ଟି ରାଶି ଗୁଡିକ ମଧ୍ୟରେ କେଉଁ ରାଶି ରହିଛି ।

ମେଷ ରାଶି – ମଙ୍ଗଳ ଏବଂ ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇପାରେ । ବିଶେଷକରି ବ୍ୟବସାୟ କ୍ଷେତ୍ରରେ ଆପଣ ଅଧିକ ଉପକୃତ ହୋଇପାରିବେ । ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ । ଯେଉଁମାନେ ବିନିଯୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ପାରିବାରିକ ଜୀବନରେ ମଧ୍ୟ ଶାନ୍ତିରେ କଟିବ ।

ବୃଷ ରାଶି- ମଙ୍ଗଳ ଏବଂ ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ଫଳପ୍ରଦ ହୋଇପାରେ । ଜୀବନରେ ଆପଣ ଅଗ୍ରଗତି କରିବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଦୀର୍ଘ ଦିନର ବିଚାରାଧୀନ କାର୍ଯ୍ୟ ଶେଷ ହେବ । ବିଭିନ୍ନ କ୍ଷେତ୍ରରେ ଆପଣ ଲାଭାନ୍ୱିତ ହେବେ । ଧନ ଉପାର୍ଜନ କରିବେ ।

କନ୍ୟା ରାଶି – ମଙ୍ଗଳ ଏବଂ ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । ଲୁକ୍କାୟିତ ଶତ୍ରୁମାନେ ବିନାଶ ହେବେ। ପୁରୁଣା ରୋଗରୁ ଆପଣ ଆରାମ ପାଇବେ । କୋର୍ଟ କଚେରୀ ମାମଲାରେ ଫଳାଫଳ ଆପଣଙ୍କ ସପକ୍ଷରେ ଯିବ ।

ତୁଳା ରାଶି- ଅଯୋଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ । ଆପଣଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ । ଟଙ୍କା ରୋଜଗାର କରିବା ପାଇଁ ନୂଆ ରାସ୍ତା ଖୋଲିବ । ପାରିବାରିକ ଜୀବନରେ ମଧ୍ୟ ସୁଖ ମିଳିବ । ସ୍ୱାସ୍ଥ୍ୟଜନିତ ପୀଡାରୁ ମୁକ୍ତି ପାଇବେ । ଚାକିରି ତଥା ବ୍ୟବସାୟରେ ଆପଣ ଲାଭ ପାଇବେ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy