ଆଜି ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ ସାମ୍ନାସାମ୍ନି ହେବେ

0 2,990

ଆଜି ଆଇପିଏଲ୍ ୨୦୨୪ର ଦ୍ୱିତୀୟ ମ୍ୟାଚରେ ସାମ୍ନାସାମ୍ନି ହେବେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ। ଏହି ମ୍ୟାଚ୍ ମୁଲ୍ଲାପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗ୍ରାଉଣ୍ଡରେ ହେବାକୁ ଥିବା ଏହା ପ୍ରଥମ ମ୍ୟାଚ୍ ହେବ। ଉଭୟ ଦଳ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଦୀର୍ଘ ଦିନର ବିରତି ପରେ ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ଋଷଭ ପନ୍ଥ କ୍ରିକେଟ୍ ପିଚ୍କୁ ଫେରୁଛନ୍ତି। ଏ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ତାଙ୍କ ପ୍ରଶଂସକମାନେ। ସେପଟେ ପଞ୍ଜାବ କିଙ୍ଗସକୁ ଅଧିନାୟକତ୍ୱ କରିବେ ସିଖର ଧାୱନ।

ଉଭୟ ଦିଲ୍ଲୀ କ୍ୟାପିଟାଲ ଏବଂ ପଞ୍ଜାବ କିଙ୍ଗସ ମ୍ୟାଚ୍ ଜିତିବା ପାଇଁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ। ଏହି ମ୍ୟାଚରେ ଜବରଦସ୍ତ ଏକ୍ସସାଇଟମେଣ୍ଚ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ। ଡେଭିଡ ୱାର୍ନର ପୁଣି ନିଜର ଜଲୱା ଦେଖିଇବେ ବୋଲି ଆଶାବାଦୀ ଅଛନ୍ତି ଦର୍ଶକ।

ଦିଲ୍ଲୀ କ୍ୟାପିଟାଲର ଅଷ୍ଟ୍ରେଲୀୟାନ ଖେଳାଳି ଡେଭିଡ୍ ୱାର୍ଣ୍ଣରଙ୍କ ବ୍ୟାଟିଂ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଆଇପିଏଲ୍ ଇତିହାସରେ ସେ ସବୁଠୁ ଅଧିକ ଥର ଅରେଞ୍ଜ କ୍ୟାପ୍ ହାସଲ କରିଥିବା ଖେଳାଳୀଙ୍କ ମଧ୍ୟରୁ ଅନ୍ୟତମ।ଏହା ବ୍ୟତିତ ଆଉ ଜଣେ ଦମଦାର ଖେଳାଳୀ ହେଲେ ମିଚେଲ ମାର୍ଶ। ଏହି ଅଷ୍ଟ୍ରେଲୀୟାନ ଖେଳାଳୀ ମିଚେଲ୍ ମାର୍ଶ ନିଜର ଜବରଦସ୍ତ ବୋଲିଂ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ତେବେ ଆଜିର ମ୍ୟାଚକୁ ନେଇ ଉଭୟ ଦଳର ଫ୍ୟାନ୍ସମାନେ ଉତ୍ସାହିତ ଥିବା ବେଳେ କିଏ ଆଜିର ମ୍ୟାଚରେ ବିଜୟ ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy