ଦଶମ ଓ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ରେଲୱେରେ ଚାକିରି ସୁଯୋଗ..

0 1,267

ଓଡ଼ିଶାରେ ରେଳବାଇରେ ନିଯୁକ୍ତି ସୁଯୋଗ। ଇଷ୍ଟକୋଷ୍ଟ ରେଳବାଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଲୱେ ନିଯୁକ୍ତି ସେଲ୍ ସ୍କାଉଟ୍ ଏବଂ ଗାଇଡ୍ କୋଟା ପାଇଁ ଗ୍ରୁପ୍ C ଏବଂ ଗ୍ରୁପ୍ D ରେ ଚାକିରି ନେଇ ବିଜ୍ଞପ୍ତି ଜାରି କରାଯାଇଛି। ନିଜର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନେ ଅଫ୍‌ଲାଇନ୍ ମୋଡ୍‌ରେ ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପ୍ରାମଧ୍ୟ ଏହାର ଫାଇଦା ନେଇପାରିବେ।

ଆବେଦନ କରିବା ପାଇଁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.rrcbbs.org.in କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ East Cost Railway Bhubaneswar Recruitment Apply For Group C & D Post ଉପରେ କ୍ଲିକ୍ କରି ଦେଖି ପାରିବେ।

ଆବେଦନ ତାରିଖ:

ଫେବୃଆରୀ ୧ ତାରିଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା:

ଆବେଦନ ପାଇଁ ପ୍ରାର୍ଥୀମାନେ ସ୍ଥାନୀୟ ଭାଷା ଜ୍ଞାନ ସହିତ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଦଶମ କିମ୍ବା ITI / + 2 ପାଶ କରିଥିବା ଆବଶ୍ୟକ।

ଖାଲି ପଦବୀ:

ଗ୍ରୁପ୍ C ରେ ୨ଟି ପୋଷ୍ଟ୍ ଖାଲି ପଡ଼ିଥିବା ବେଳେ ଗ୍ରୁପ୍ D ରେ ଖାଲି ପଡ଼ିଛି ୨ଟି ପୋଷ୍ଟ୍।

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସସୀମା ରହିଛି ୩୦ ରୁ ୩୫ ବର୍ଷ।ମାତ୍ର OBC ବର୍ଗର ପ୍ରାର୍ଥୀଙ୍କ ପାଇଁ ୦୩ ବର୍ଷ କୋହଳ କରାଯାଇଥିବା ବେଳେ ST / SC / PWD/ESM  ୦୫ ବର୍ଷ କୋହଳ କରାଯାଇଛି। ସେହିପରି PWD + SC / ST ୧୫ ବର୍ଷ କୋହଳ କରାଯାଇଛି।

ଆବେଦନ ଶୁଳ୍କ:

ସାଧାରଣ ପ୍ରାର୍ଥୀ/ EWS/ OBCଙ୍କ ପାଇଁ ଆବେଦନ ଶୁଳ୍କ  ୫୦୦ ଟଙ୍କା ରହିଥିବା ବେଳେ SC / ST /Phd / ମହିଳାଙ୍କ ପାଇଁ ୨୫୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy